ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରରୁ ବିରାଟ ବିରାଟ ମୂଲ୍ୟବାନ ଗଛ ଚୋରି ହେଉଛି।ଅଭୟାରଣ୍ୟ ଭିତରେ ନାଳ ଗୁଡିକରୁ ବାଲି ବେଆଇନ୍ ବାଲି ଚାଲାଣ ହେଉଛି। ଏଥି ପ୍ରତି ବନ ବିଭାଗର ନଜର ପଡୁ ନାହିଁ। କିନ୍ତୁ ନିଜ ଚାଷ ଜମିରେ ଚାଷ କରିବା ପାଇଁ ଛୋଟ ଛୋଟ ଖଜୁରୀ ଗଛ ଜାଗାର ଉତ୍ତରାଧିକାରୀ କାଟିଲେ ବନ ବିଭାଗ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଧମକ ବନ ବିଭାଗର କୌଣସି ତଳିଆ କର୍ମଚାରୀ କିମ୍ବା ଡିଏଫଓ ନୁହେଁ , ଏଭଳି ଧମକ ଆରସିସିଏଫ୍ ଦେଇଥିବା ସୂଚନା ମିଳିଛି। ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଟିକରପଡା ନୂଆସାହିର ବାବୁ ସାହୁ, ତୋଫାନ ସା