ସତ୍ୟବାଦୀ: ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୋଲିସର ଚଢ଼ଉ, ଦୀର୍ଘ ଦିନ ଧରି ଫେରାର ଥିବା ୩ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Satyabadi, Puri | Sep 16, 2025 ଦୀର୍ଘ ବର୍ଷ ହେବ ଗିରଫ କୁ ଏଡେଇ ଲୁଚିବା ପରେ ବିଶ୍ୱସ୍ତସୂତ୍ରରୁ ଖବରପାଇ ସତ୍ୟବାଦୀ ଥାନା ପୋଲିସ ଟିମ ଆଜି ଭୋର ସମୟରେ ସତ୍ୟବାଦୀ ଥାନା ସାରଙ୍ଗଯୋଡ଼ି ଗ୍ରାମରେ ଚଢ଼ାଉକରି ଅଭିଯୁକ୍ତ ରଶ୍ମି ରଞ୍ଜନ ସେନାପତିଙ୍କୁ ୱାରେଣ୍ଟ ବଳରେ ଗିରଫ କରିଛି। ମାନ୍ୟବର ପୁରୀ jmfc କୋର୍ଟଙ୍କ ଗିରଫ ପରୱାନା ନମ୍ବର GR/2818/22 ବଳରେ ତାଙ୍କୁ ଗିରଫ କରାଯାଇଛି । ସେହିପରି ସତ୍ୟବାଦୀ ଥାନା ଜଳୁକପାଟଣା ଗ୍ରାମର ଶିବ ଶଙ୍କର ଦାସ ଓ ଚନ୍ଦ୍ରଶେଖର ଦାସ ଙ୍କୁ family court ବଳରେ ମଧ୍ୟ ଗିରଫ କରାଯାଇ ଆଜି ସମସ୍ତଙ୍କୁ ଅପରାହ୍ନ ତିନିଟା ରେ କୋର୍ଟ ଚାଲାଣ କରାଯାଇଛି।