ପଶ୍ଚିମ ଓଡ଼ିଶା କଳାକାର ସମିତି ଗଠନ ପାଇଁ ଆଜି ମଙ୍ଗଳବାର ଦିନ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ପଣ୍ଡରୀଠାରେ ଏକ କଳାକାର ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ ପଣ୍ଡରୀ ଓ ସୁନାରୀ ପଞ୍ଚାୟତର ଅନେକ କଳାକାର ସାମିଲ ରହି ଏକ ନୂତନ ସମିତି ଗଠନ ପାଇଁ ଆଲୋଚନା କରିଥିଲେ। ଏଥିସହ କଳା, ସାହିତ୍ୟ, ପରମ୍ପରା, ସଂସ୍କୃତି, କଳାକାରଙ୍କ ହକ୍, ଅଧିକାର, ସରକାରୀ ସୁବିଧା ସମ୍ପର୍କରେ ଉପସ୍ଥାପନ ତଥା ଆଲୋଚନା କରାଯାଇଥିଲା। କଳାକାରଙ୍କ ପଞ୍ଜିକରଣ, ୭୦୦୦ ଟଙ୍କାକୁ ଭତ୍ତା ବୃଦ୍ଧି, ଗ୍ରାମାଞ୍ଚଳ ସ୍ତରରେ କମିଟି ଗଠନ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା। ରଥାଙ୍ଗ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି