ଆନନ୍ଦପୁର: ବିଚ ରାସ୍ତାରେ ଶିକ୍ଷୟିତ୍ରୀଙ୍କୁ ସହକର୍ମୀଙ୍କ ଆକ୍ରମଣ, ଉଦ୍ଧାର କଲା ପୋଲିସ
ବିଚ ରାସ୍ତାରେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରାଯାଇଛି।, ଆକ୍ରମଣ କାରୀ ଆଉ କେହି ନୁହନ୍ତି ଖୋଦ ସେହି ସ୍କୁଲର ସହକର୍ମୀ। ଏପରି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଶାଳଣିଆଁ ବଜାର ନିକଟରେ ଆଜି ଦିନ ୧୧ ଟା ବେଳେ। ଜଳସରପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ରଶ୍ମିରଞ୍ଜିତା ଦାସ ମହାପାତ୍ରଙ୍କୁ ତାଙ୍କ ସ୍କୁଲର ଜଣେ ସହକର୍ମୀ ପୂର୍ବ ବିବାଦକୁ ନେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶିକ୍ଷୟତ୍ରୀ ଜଣକୁ ପୋଲିସ ଉଦ୍ଧାର କରି ପ୍ରଥମେ ଶାଳନିଆ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ଥାନାକୁ ଆଣି ପଚରା ଉଚୁରା କରୁଛି।