ତଲସରା: ବଡ଼ଗାଁ ହାଇସ୍କୁଲ ନିକଟରେ ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ଯୋଗ ଦେଲେ ଉପ ବାଚସ୍ପତି
ଆଜି ବଡ଼ଗାଁ ହାଇସ୍କୁଲ ନିକଟସ୍ଥ ଖେଳ ପଡିଆ ରେ ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ସେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ଅପେକ୍ଷା ନିଜ ଘରେ ଚାଷ ଜମିରେ କାମ କରି ଅଧିକ ଉପାର୍ଜନ କରି ହେବ ବୋଲି ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।