ଗୋବିନ୍ଦପୁର: ରେଙ୍ଘାପଡ଼ା ଠାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସ୍ବାମୀ ସ୍ତ୍ରୀ
ବାମରା ବ୍ଲକ ରଙ୍ଗିଆଟିକ୍ରା ପଞ୍ଚାୟତ ଅନ୍ତର୍ଗତ ରେଙ୍ଘାପଡ଼ା ଗ୍ରାମର କରନ୍ ଛତ୍ରିଆ ଓ ତାଙ୍କ ସ୍ତ୍ରୀ ଅଶ୍ରିତା ଛତ୍ରିଆଙ୍କ ମଧ୍ୟ ରେ ସୋମବାର ଦିନ କୌଣସି କଥା କୁ ନେଇ ଝଗଡ଼ା ହୋଇଥିଲା। ଏଥିରୁ ରାଗି ଯାଇ ଆସ୍ରିତା ଘରେ ଥିବା ଲଟାମରା ବିଷ ପିଇ ଦେଇଥିଲେ। ଏହା ଦେଖି ତାଙ୍କ ସ୍ଵାମୀ ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କ ପରିବାର ଲୋକ ଉଭୟଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବା ରୁ ଅପରାହ୍ନ ୪ ଟାରେ ତାଙ୍କୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି।