ଦେବଗଡ: ଉଟୁଣିଆମୁଣ୍ଡା ଗ୍ରାମରେ ସର୍ପ ଦଂଶନରେ ଯୁବକ ଗୁରୁତର
ଦେବଗଡ ଜିଲ୍ଲା ଉଟୁଣିଆମୁଣ୍ଡା ଗ୍ରାମରେ ସର୍ପ ଦଂଶନରେ ଜଣେ ଯୁବକ ଗୁରୁତର ଥିବା ଜଣାପଡିଛି । ଯୁବକ ଜଣକ ସେହି ଗ୍ରାମର ରାମଚନ୍ଦ୍ର ମୁଣ୍ଡା ବୋଲି ଜଣାପଡିଛି । ଆଜି ଅପରାହ୍ନରେ ରାମଚନ୍ଦ୍ର ଚେଳି ଚରାଇବାକୁ ଯାଇଥିବା ବେଳେ ତାଙ୍କ ହାତରେ ଏକ ସର୍ପ ଦଂଶନ କରିଥିଲା । କିଛି ସମୟ ପରେ ସେ ଅସୁସ୍ଥ ଅନୂଭବ କରିବାରୁ ପରିବାର ଲୋକଙ୍କୁ ଆସି ଜଣାଇଥିଲେ । ପରିବାର ଲୋକଙ୍କ ନଜରକୁ ଆସିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ଅଣାଯାଇଥିଲା । ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।