ଝାରସୁଗୁଡା: ବେଲପାହାଡ ଥାନା ଅଂଚଳରେ ଜଣେ ନାବାଳିକା ଙ୍କୁ ଦୁଷ୍କର୍ମ
*ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଯୁବକ ଗିରଫ* ବେଲପାହାଡ: ଝାରସୁଗୁଡା ଜିଲ୍ଲା ବେଲପାହାଡ ଥାନା ଅଂଚଳରେ ଜଣେ ନାବାଳିକା ଙ୍କୁ ଦୁଷ୍କର୍ମ ହୋଇଥିବାନେଇ ବେଲପାହାଡ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ମିଳିବା ପରେ ବେଲପାହାଡ ପୋଲିସ କେଶ ନମ୍ବର ୨୩୦ ରେ ଏକ ମାମଲା ରୁଜୁ କରି ତଦନ୍ତ କରିବାସହ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବାନେଇ ଆଜି ମଙ୍ଗଳବାର ସନ୍ଧ୍ୟା ୭ ଟାରେ ସୂଚନା ଦେଇଛି l ସୂଚନା ଅନୁଯାୟୀ, ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଯୁବକ ଜଣକ ତାଙ୍କ ସହ ଦୁଷ୍କର୍ମ କରିଥିଲେ l ଏନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ବେଲପାହାଡ ଥାନାରେ