ଖଲ୍ଲିକୋଟ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସରେ ଚାଙ୍ଗୁଡ଼ି ପଦର ନୂଆଗାଁ ଗୁପ୍ତେଶ୍ୱର ମନ୍ଦିର ପରିସରରେ ୧୦୮ ବେଲ ଗଛ ରୋପଣ
ଚାଙ୍ଗୁଡ଼ି ପଦର ନୂଆଗାଁ ଗୁପ୍ତେଶ୍ୱର ମନ୍ଦିର ପରିସରରେ ଆଜି ଅପରାହ୍ନ ୩ ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସରେ ଏକ ପେଡ ମା' କେ ନାମ୍ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ବିଜେପି ନେତା ନିର୍ମଳ ଚନ୍ଦ୍ର ସାହୁଙ୍କ ନେତୃତ୍ୱ ରେ ପୁରୁଷୋତ୍ତମପୁର ବ୍ଲକ ଅଧକ୍ଷା ପିଙ୍କି ବେହେରା ଙ୍କ ସମେତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପଣ୍ଡା ଙ୍କ ସହ ବହୁ ଯୁବ ନେତା ଯୋଗ ଦେଇଥିଲେ । ଗୁପ୍ତେଶ୍ୱର ମନ୍ଦିର ପରିସର ଓ ପୋଖରୀ ହୁଡ଼ା ରେ ୧୦୮ ବେଲ ଗଛ ରୋପଣ କରାଯାଇଛି ।