ଝାରସୁଗୁଡା: ମୋହନପୁର ଗ୍ରାମରେ ବେଆଇନ ଦେଶୀ ମଦ ପ୍ରସ୍ତୁତ ସମୟରେ ବେଳପାହାଡ଼ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଡାଉ, ୭ କ୍ୱିଣ୍ଟାଲ ମହୁଲ ପୋଚ ନଷ୍ଟ
ଝାରସୁଗୁଡା ଜିଲ୍ଲା ବେଳପାହାଡ଼ ଥାନା ଅନ୍ତର୍ଗତ ମୋହନପୁର ଗ୍ରାମ ଠାରେ ବେଆଇନ ଦେଶୀ ମଦ ପ୍ରସ୍ତୁତ ସମୟରେ ବେଳପାହାଡ଼ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଡାଉ କରାଯାଇଛି। ଆଜି ସକାଳ ସାଢେ ସାତଟା ସମୟରେ ବେଳପାହାର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ମୋହନପୁର ଗ୍ରାମ ରେ ଚଡାଉ କରାଯାଇ ୦୭ କ୍ୱିଣ୍ଟାଲ ମହୁଲ ପୋଚ କୁ ନଷ୍ଟ କରାଯାଇଛି। ତେବେ ବେଆଇନ ଦେଶି ମଦ ତିଆରି ହେଉଥିବା ସନ୍ଦେହ କରି ମୋହନପୁର ଗ୍ରାମରେ ମିଳିତ ଭାବରେ ଚଡାଉ କରାଯାଇଥିବା ବେଳେ ପ୍ରାୟ ସାତ କ୍ୟୁଣ୍ଟାନ ମହୁଲ ପୋଚ କୁ ନଷ୍ଟ କରାଯାଇଛି। ଅନେକ ସମୟରେ ବେଆଇନ ଭାବରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା