କଣ୍ଟାବାଞ୍ଜି: ତୁରେକେଲା ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର ସର୍ଦାର ଗିରଫ
ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ମହୁଲପାଟି ଗାଁ ଠାରେ ରାଜ୍ୟ ବାହାରକୁ ବେଆଇନ ଭାବେ ଦାଦନ ଚାଲାଣ କରୁଥିବା ବେଳେ ତୁରେକେଲା ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ଚଢ଼ାଉ କରି ୭ ଜଣ ଦାଦନ ଶ୍ରମିକ କୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକ ମାନେ ତୁରେକେଲା ଓ ଲାଠୋର ଅଞ୍ଚଳ ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁ ଶ୍ରମିକ ଥିବା ବେଳେ ୩ ଜଣ ମହିଳା,୨ଜଣ ପୁରୁଷ ରହିଛି।