କଟକ ପୌରାଞ୍ଚଳ: ଓଡ଼ିଶା ପୋଲିସ ପକ୍ଷରୁ ଓଏମପି ଛକ ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ବୁଧବାର କ୍ରାଇମ ବ୍ରାଞ୍ଚ ଡିଜି କଲେ ବୃକ୍ଷ ରୋପଣ
ନରେନ୍ଦ୍ର ମୋଦୀଜୀଙ୍କର ୭୫ତମ ଜନ୍ମଦିନ ଉପଲକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ଅଭିଯାନରେ ଓଡିଶା ପୋଲିସ ସାମିଲ ହୋଇଛି । ଏହି ଅବସରରେ ବୁଧବାର ଦିନ ୧ଟାରେ କଟକ ଷଷ୍ଠ ବାଟାଲିୟନ ପରିସରରେ ଆରକ୍ଷୀ ମହାନିର୍ଦ୍ଦେଶକ ( କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀଗଣ ବୃକ୍ଷରୋପଣ କରି ପ୍ରକୃତିକୁ ସୁନ୍ଦର ଓ ସବୁଜିମା କରି ଗଢି ତୋଳିବାକୁ ଆହ୍ୱାନ ଦେଇଛନ୍ତି।