ଗତ ସୋମବାର ଠାରୁ ବଡବିଲ ଓ ଯୋଡା ସହରରେ ଆୟୋଜିତ ସାଂସଦ ଖେଳ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ଆଜିର ଉଦଯାପନୀ ସମାରୋହରେ ବଡବିଲ ତହସିଲଦାର ଶ୍ରୀ ରାକେଶ କୁମାର ପଣ୍ଡା, ପୌରନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଏସଡିପିଓ ଶ୍ରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ପ୍ରମୁଖ ଉପସ୍ଥିତ ରହି କୃତି ଖେଳାଳିଙ୍କୁ ପୁରସ୍କାର ବିତରଣ କରିଥିଲେ।