ଖଲ୍ଲିକୋଟ୍: ତୁଳସୀପୁର ରାସ୍ତାରେ ଅବକାରୀ ବିଭାଗର ଚଢ଼ାଉ; ୧୨୦ ଲିଟର ଦେଶୀମଦ ସହ ବାଇକ ଜବତ, ଜଣେ ଗିରଫ
ତୁଳସୀପୁର ରାସ୍ତାରେ ଆଜି ଦିନ ପ୍ରାୟ ୧୧ ଟା ସମୟରେ ଅବକାରୀ ବିଭାଗ ଚଢ଼ାଉ କରି ୧୨୯ ଲିଟର ଚୋରା ଦେଶୀମଦ ଓ ଗୋଟିଏ ବାଇକ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଯୁବକ ଜଣଙ୍କ ଆକାଶ ଦାସ ବୋଲି ଜଣା ପଡିଛି । ତେବେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଆକାଶ ଦାସ ଙ୍କୁ ଅପରାହ୍ନ ୩ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଅଧିକାରୀଣୀ ତେଜସ୍ଵୀନୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।