ହିନ୍ଦୋଳ: ହିନ୍ଦୋଳ ବଙ୍ଗୁ ଗ୍ରାମରେ ବିଧାୟିକାଙ୍କ ଦ୍ୱାରା ବୃକ୍ଷ ରୋପଣ
ଢେଙ୍କାନାଳ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଆଜି ହିନ୍ଦୋଳ ବ୍ଲକ ସ୍ତରୀୟ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ହିନ୍ଦୋଳ କଳାକାର ସଂଘ ପକ୍ଷରୁ ପାଳନ କରାଯାଇଥିଲା। କଳାକାର ସଙ୍ଘ ଉପସଭାପତି ବିମଳ ବିଶ୍ୱାଳଙ୍କ ପ୍ରତାକ୍ଷ ତତ୍ୱାବଧାନ କ୍ରମେ ହିନ୍ଦୋଳର ବଙ୍ଗୁ ଗ୍ରାମରେ ଏହି କାର୍ଯ୍ୟକ୍ରମ କରାଯଇଥିବା ବେଳେ ଏଥିରେ ଶତାଧିକ ମହିଳା ଏବଂ ପୁରୁଷ କଳାକାର ସଙ୍ଘ ସଦସ୍ୟମାନେ ସାମିଲ ହୋଇଥିଲେ।