ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ବେହେରାମାଲ ଓଭର ବ୍ରିଜ ତଳେ ଥିବା ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର
ଝାରସୁଗୁଡ଼ା ଜିଲ୍ଲା ବେହେରାମାଲ ଓଭର ବ୍ରିଜ ତଳେ ଥିବା ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର। ତେବେ ମୃତକ ଜଣକ ସମ୍ବଲପୁର, ନୟାପରା ର ପ୍ରେମ କୁମାର ହିନ୍ଦୁଜା ବୋଲି ଆଧାର କାର୍ଡ ରୁ ଜଣାପଡ଼ିଛି। ମୃତ ଦେହକୁ ଦେଖିଲେ ଏହା ଆତ୍ମହତ୍ୟା ହୋଇଥିବା ନେଇ ଅନୁମାନ କରାଯାଉଛି। ରେଲୱେ ପୋଲିସ ପକ୍ଷରୁ ଆଜି ସକାଳ ଦଶଟା ସମୟରେ ଶବ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହାକୁ ନେଇ ରେଲୱେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅନ୍ୟପଟେ ଆଧାରକାର୍ଡ ରୁ ପରିଚୟ ପାଇ ପରିବାର ବର୍ଗକୁ ସୂଚନା ଦିଆଯାଇଥିବା ନେଇ ଜଣାପଡ଼ିଛି।