ଜମନକିରା: ପାଲୋଖମନ୍ ଠାରେ ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ ପାଲୋଖମନ ଗ୍ରାମର ଶ୍ରୀକର ମାଝୀ ନିଜ ସ୍ତ୍ରୀ ମମତା ମାଝିଙ୍କ ଅନ୍ୟଙ୍କ ସହ ଅନୈତିକ ସମ୍ପର୍କ ନେଇ ସନ୍ଦେହ କରି ଆସୁଥିଲେ। ଗତ ମଙ୍ଗଳବାର ରାତିରେ ମମତା, ଘର ଭିତରେ ମୋବାଇଲ ଫୋନ ରେ କଥାବାର୍ତ୍ତା ଦେଉଥିଲେ। ଏହାକୁ ନେଇ ତାଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ଶ୍ରୀକର୍ ଘର ଭିତରକୁ ପଶି ଚୂଲି ପାଖରେ ଥିବା ଏକ ନିଆଁ ଫୁଙ୍କା ଲୁହା ନଳାକୁ ଧରି ମମତାଙ୍କ ମୁଣ୍ଡରେ ଜୋର୍ ରେ ବାଡ଼େଇ ଦେବାରୁ ଘଟଣା ସ୍ଥଳରେହିଁ ସେ ଟଳି ପଡ଼ିଥିଲା। ବୁଧବାର ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।