ଗୋବିନ୍ଦପୁର: ବାମରା ଅଞ୍ଚଳ ର ଜଣେ ଯୁବତୀ ୮ ମାସ ର ଗର୍ଭବତୀ, ନାବାଳକ ପ୍ରେମିକ କୁ ଜୁଭିନାଇଲ ଜଷ୍ଟିସ ବୋର୍ଡ ରେ ଉପସ୍ଥାପନ କଲା ପୋଲିସ
ବାମରା ଅଞ୍ଚଳ ଜଣେ ୧୯ ବର୍ଷୀୟା ଯୁବତୀ ଓ ମହୁଲପାଲି ଥାନା ରାଉତବାହାଲ ଅଞ୍ଚଳ ର ଜଣେ ନାବାଳକଙ୍କ ମଧ୍ୟରେ ଗତ ପ୍ରାୟ ୧ ବର୍ଷ ରୁ ପ୍ରେମ ସମ୍ପର୍କ ରହିଥିବା ବେଳେ ତାଙ୍କ ମଧ୍ୟରେ ଅନେକ ଥର ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। ଇତି ମଧ୍ୟରେ ଯୁବତୀ ଜଣକ ୮ ମାସର ଗର୍ଭବତୀ ହୋଇଥିବା ବେଳେ ଏହାକୁ ନେଇ ସେ ଗୋବିନ୍ଦପୁର ଥାନା ରେ ଅଭିଯୋଗ କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ନାବାଳକ ପ୍ରେମିକ କୁ ଅଟକ ରଖି ସମ୍ବଲପୁର ସ୍ଥିତ ଜୁଭିନାଇଲ ଜଷ୍ଟିସ ବୋର୍ଡ ରେ ଉପସ୍ଥାପନ କରିଥିବା ଜଣାପଡିଛି।