ଧମା: ମା ଝାଡେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ
ମା ଝାଡେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ ଧମା ସ୍ଥିତ ମା ଝାଡେଶ୍ୱରୀ ଡିଗ୍ରୀ କଲେଜର ଯୁବ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ତରଫରୁ ସୋମବାର ସକାଳେ ବିଶ୍ବ ଏଡ୍'ସ୍ ଦିବସ ପାଳିତ ହୋଇଛି । ଅଧ୍ୟକ୍ଷ ଅନୀଲ ପ୍ରଧାନ ସଭାପତିତ୍ବ କରି HIV ଭୁତାଣୁ କିପରି ଶରୀରକୁ ପ୍ରବେଶ କରି ରୋଗ ପ୍ରତିଷେଧକ ଶକ୍ତି ହ୍ରାସ କରେ ଏବଂ ମଣିଷ ମୃତ୍ୟୁ ମୁଖରେ ପଡେ ତାହା ବର୍ଣ୍ଣନା କରିଥିଲେ । ଅଧ୍ୟାପକ ସଞ୍ଜୟ କୁମାର ସାହୁ ବିଶ୍ବ ଏଡ୍'ସ୍ ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ରେଡ୍ କ୍ରସ ସଂଯୋଜକ ବଳଦେବ ମହାକୁର ସଭା ସଂଯୋଜନା କରିଥିଲେ ।