କବିସୂର୍ଯ୍ୟନଗର: ତାଳସର ନିକଟରୁ ଚୋରା ମଦ ଜବତ ସହ ଜଣକୁ ଗିରଫ କଲା ବେଗୁନିଆପଡା ପୋଲିସ
ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ରୋଡ଼ ସାଇଡରେ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ଏହି ଗ୍ରାମର ଦାସ ତାରିଣୀ ଙ୍କ ପୁଅ ଗୁଣ୍ଡିଚା ତାରିଣୀ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଚଢ଼ାଉ କରିଥିଲା। ତାଙ୍କ ନିକଟରୁ 31 ଲିଟର 200 ମିଲି ଲିଟର ଚୋରା ମଦ ଜବତ କରିଥିଲା । ଗୁଣ୍ଡିଚା ଙ୍କୁ ଗିରଫ କରିଵା ସହ ମାମଲା ରୁଜୁ କରିଥିବା ଗୁରୁବାର ସନ୍ଧ୍ୟା 7.30 ମିନିଟ ସମୟରେ ପୋଲିସ ସୂଚନା ଦେଇଛି।