ରାଜଗାଙ୍ଗପୁର: ଜେଲ ଗଲା ମା ବାପା ହତ୍ୟାକାରୀ ଝିଅ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ କିରିଙ୍ଗସେରା ଗ୍ରାମ ପଞ୍ଚାୟତର ଭୋଗରା ଗ୍ରାମ ରେ ଗତ ୩ ତାରିଖରେ ଘଟିଥିବା ଅଘଟଣ ତଥା ମା ବାପା ହତ୍ୟାକାରୀ ଝିଅ ତୁଳସା ମାଝୀ କୁ ଗିରଫ କରି ଆଜି କୁତ୍ରା ପୋଲିସ କୋର୍ଟ ଚାଲାଣ କରିଛି। ତେବେ ତାର ଜାମିନ ନାମଞ୍ଜୁର ହେବା ଫଳରେ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ର ବିଷୟ ପାଲଟିଛି।