କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକ ଅଂଚଳର ସୁଦୂର ମୁମ୍ବାଇରେ ଚିକିତ୍ସା ହେବେ ୪ ଶିଶୁ ହୃଦରୋଗୀ
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ହଂସତୁଳି ଗ୍ରାମର ହରିହର ନାୟକ ଙ୍କ ୧୧ ବର୍ଷର ପୁଅ ସ୍ମୃତି, ଷଣ୍ଢମୂଳ ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ୬ ବର୍ଷର ଝିଅ ସ୍ନେହା, ଶାଳବଣ ଗ୍ରାମର ସୁଶାନ୍ତ ସ୍ୱାଇଁଙ୍କ ୬ ବର୍ଷର ପୁଅ ରାହୁଲ, ଯୋଗିଆଗୁଳା ଗ୍ରାମର ଶିବରାମଙ୍କ ୪ ବର୍ଷର ପୁଅ ରୋଶନ ଉଚ୍ଚ ଚିକିତ୍ସା ପାଇଁ ମୁମ୍ବାଇର ଏସ ଆର ସି ସି ହସ୍ପିଟାଲକୁ ପଠା ଯାଇଛି ! ସୂଚନା ଥାଉକି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ସ୍କୁଲ ଓ ଅଙ୍ଗନବାଡି ପରିଦର୍ଶନ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଜଣା ପଡିଥିଲା।