ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ ଦ୍ୱାରା ଏକ ପେଡ ମା'କେ ନାମ-୨.୦" ଅଭିଯାନ ସମ୍ପର୍କୀତ ପ୍ରସ୍ତୁତି ବୈଠକ ଅସ୍ଵାନ ହଲ୍ ଠାରେ ଅନୁଷ୍ଠିତ
ଏକ ପେଡ ମା'କେ ନାମ-୨.୦" ଅଭିଯାନ ଅନ୍ତର୍ଗତ ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଏକ ଦିବସୀୟ ରାଜ୍ୟବ୍ୟାପୀ ୭୫ ଲକ୍ଷ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଳାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମଙ୍ଗଳବାର ଦିନ ପ୍ରାୟ ୧ଟା ରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅସ୍ଵାନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।