ଓରିଏଣ୍ଟ: TPWODL ପଞ୍ଚଗାଁ ସେକ୍ସନ ପକ୍ଷରୁ କଳସ ଶୋଭାଯାତ୍ରା ସହ ଝାରୁପଡା ଗ୍ରୀଡ଼ ପରିସରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଦ୍ୟୁତ ଡିଭିଜନ ଅନ୍ତର୍ଗତ ପଞ୍ଚଗାଁ ସେକ୍ସନ କାର୍ଯ୍ୟଳୟ ପକ୍ଷରୁ ଝାରୂପଡା ଗ୍ରୀଡ଼ ପରିସରରେ ଦେବଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ମହାସମାରୋହ ପାଳିତ ହୋଇଯାଇଛି। ଦେବଶିଳ୍ପୀ ଙ୍କର ବିଶ୍ଵକର୍ମା ପୂଜା ଅବସରରେ ଆଜି ସକାଳ ସାଢେ ନଅଟା ସମୟରେ ଝାରୁପଡ଼ା ପୋଖରୀ ରୁ ପାରମ୍ପରିକ ବାଜା ର ତାଳେ ତାଳେ ଏକ ଭବ୍ୟ କଳସ ଶୋଭାଯାତ୍ରା କରାଯାଇ ପୁଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଟାଟା ପାୱାର ପଞ୍ଚଗାଁ ସେକ୍ସନ ତରଫରୁ ଝାରୁପଡ଼ା ଗ୍ରୀଡ଼ ପରିସରରେ ଅନୁଷ୍ଠିତ ପୂଜାରେ କୁନ୍ଦମଣି ବଂଜାରା କର୍ତା ଭାବରେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ଭାବରେ ସୁରେଶ