ଖଲ୍ଲିକୋଟ୍: ଚଣ୍ଡିପୀଠ ଗ୍ରାମରେ ଅଭାବନୀୟ ଘଟଣା; ବିଲ ରୁ ଫେରୁଥିବା ଚାଷୀ ଙ୍କୁ ଧକ୍କା ଦେଲା ୧୧୦୯ ଗାଡି, ଘଟଣା ସ୍ଥଳ ରେ ଚାଲିଗଲା ଜୀବନ
ବିଲ ରୁ ଫେରୁଥିବା ଚାଷୀ ଙ୍କୁ ଧକ୍କା ଦେଲା ୧୧୦୯ ଗାଡି । ଘଟଣା ସ୍ଥଳ ରେ ଚାଲିଗଲା ବୃଦ୍ଧ ଚାଷୀଙ୍କ ଜୀବନ। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚଣ୍ଡୀପୀଠ ଗ୍ରାମ ରେ ଘଟିଛି ଏହି ଦୁର୍ଘଟଣା। ଚଣ୍ଡୀପୀଠ ଗ୍ରାମ ର ସନ୍ତୋଷ ପାହାନ ନାମକ ଜଣେ ଚାଷୀ ଆଜି ସକାଳ ୯ ଟା ସମୟରେ ବିଲ କାମ ସାରି ଘରକୁ ସାଇକେଲ ଯୋଗେ ଫେରୁଥିଲେ। ଏହି ସମୟ ରେ ଏକ ୧୧୦୯ ଗାଡି ଗ୍ରାମରେ ଥିବା ଦଣ୍ଡ କାଳୀ ମନ୍ଦିର ନିକଟରେ ସାଇକେଲ କୁ ଧକ୍କା ଦେଇଥିଲା। ଫଳରେ ସନ୍ତୋଷ ପାହାନ ସାଇକେଲ ରୁ ଛିଟିକି ଯାଇ ଗାଡି ଚକା ତଳେ ପଡି ଯାଇଥିଲେ। ପଛ ଚକା ମାଡି ଯିବାରୁ ଦୁର୍ଘଟଣା ସ୍ଥଳ ରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।