ଚମ୍ପୁଆ: ଦଲକିବସ୍ତି ମୁଣ୍ଡା ସାହିରେ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ କଲେ ନଗରପାଳ
ବଡ଼ବିଲ ସହରର ୱାର୍ଡ ନମ୍ବର ୨ ଦଲକିବସ୍ତିର ମୁଣ୍ଡା ସାହିରେ ଆଜି ଏକ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ ହୋଇଛି। ବଡବିଲ ତହସିଲଦାର ଶ୍ରୀ ରାକେଶ କୁମାର ପଣ୍ଡା, ନଗରପାଳ ଶ୍ରୀ ଲକ୍ଷ୍ମଣ ମହାନ୍ତ ମିଳିତ ଭାବେ ଉଦଘାଟନ କରିଥିବା ବେଳେ ଏହି ଅବସରରେ ଯୋଡା ସିଡିପିଓ, ସ୍ଥାନୀୟ ୱାର୍ଡ କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ।