ଜମନକିରା: କୁତବ ଠାରେ ହାତୀ ଆକ୍ରମଣ ରେ ୨ ଜଣ ଚାଷୀ ଙ୍କ ମୃତ୍ୟୁ, ଗାଁରେ ଉତ୍ତେଜନା
ଜମନକିରା ବ୍ଲକ କୁତବ ଅଞ୍ଚଳ ରେ ଗତ କିଛି ଦିନ ରୁ ବଣୁଆ ହାତୀ ଅଞ୍ଚଳ ରେ ପଶି ଧାନ ଫସଲ ନଷ୍ଟ କରୁଥିବା ବେଳେ ସୋମବାର ରାତିରେ ସେହି ଗ୍ରାମର ପ୍ରଦୀପ ଘଟୁଆଳ ଓ ଗଙ୍ଗାରାମ ପଟେଲ ନିଜ ଚାଷ ଜମି କୁ ବନ୍ୟ ଜନ୍ତୁ ଙ୍କ ଠାରୁ ସୁରକ୍ଷା ଦେବା ପାଈଁ ଯାଇଥିଲେ। ଅନ୍ୟ ପଟେ ମଙ୍ଗଳବାର ସକାଳେ ତାଙ୍କ କ୍ଷତବିକ୍ଷତ ମୃତଦେହ ଖେତ ନିକଟରେ ପଡ଼ି ରହିଥିବା ଦେଖି ଲୋକମାନେ ପୋଲିସ କୁ ସୂଚନା ଦେଇଥିଲେ। ପ୍ରାଥମିକ ତଦନ୍ତ ରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହାତୀ ଦଳି ମାରିଦେଇଥିବା ଜଣାପଡିଛି।