ଝାରସୁଗୁଡା: ବେଲପାହାଡ ଥାନା ଅଂଚଳ ଗୁମାଡେରା ଗୌନ୍ତିଆପଡାରେ ଜଣେ ବ୍ୟକ୍ତି ଙ୍କ ଘରୁ ଦୁଇ ଯୁବକ ଚୋରୀ ଉଦ୍ୟମ କରୁଥିବା ଭିଡିଓ ଭାଇରାଲ
ଝାରସୁଗୁଡା ଜିଲ୍ଲା ବେଲପାହାଡ ଥାନା ଅଂଚଳ ଗୁମାଡେରା ଗୌନ୍ତିଆପଡାରେ ଜଣେ ବ୍ୟକ୍ତି ଙ୍କ ଘରୁ ଦୁଇ ଯୁବକ ଚୋରୀ ଉଦ୍ୟମ କରୁଥିବା ଭିଡିଓ ଭାଇରାଲ ହୋଇଛି l ଆଜି ମଙ୍ଗଳବାର ସନ୍ଧ୍ୟା ୬ ଟା ୩୦ ରୁ ଏହି ସିସି ଟିଭି ଭିଡ଼ିଓ ଟି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି l ଦୁଇ ଜଣ ଯୁବକ ଘର ବାରିପଟକୁ ଆସି ସେଠାରେ ଲାଗିଥିବା ଏସିର ତମ୍ବା ତାର ଚୋରୀ କରିବାକୁ ଉଦ୍ୟମ କରିଥିଲେ l ସେମାନେ ସେଥିରେ ସଫଳ ହୋଇନଥିବାବେଳେ ଚୋରୀ ଉଦ୍ୟମ ବେଳର ଭିଡିଓ ଟି ସିସ ଟିଭିରେ କଏଦ ହୋଇଛି ଏବଂ ଏହା ଏବେ ବେଲପାହାଡ ଅଂଚଳରେ ବେଶ ଭାଇରାଲ ହୋଇଛି l