ଝାରସୁଗୁଡା: ଲଖନପୁର ବ୍ଲକ ଅଞ୍ଚଳର ସ୍ଵୟଂ ସହାୟକ ଗୋଷ୍ଠୀ ତଥା ଇଏଲ୍ଏଫର ଇସି ସଂଘର ସଦସ୍ୟାମାନେ ଲଖନପୁରରେ ବିଡିଓ ଙ୍କୁ ଦେଲେ ଦାବିପତ୍ର
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅଞ୍ଚଳର ସ୍ଵୟଂ ସହାୟକ ଗୋଷ୍ଠୀ ତଥା ଇଏଲ୍ଏଫର ଇସି ସଂଘର ସଦସ୍ୟାମାନେ ଲଖନପୁରରେ ବିଡିଓ ଙ୍କୁ ଦେଲେ ଦାବିପତ୍ର l ଆଜି ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଟା ରେ ବିଡିଓ ବିନୟ ପଟେଲଙ୍କୁ ଭେଟି ଦାବିପତ୍ର ଦେଇ ସେମାନେ କହିଛନ୍ତି ଲଖନପୁର ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଅନେକ ସ୍ଵୟଂ ସହାୟକ ଗୋଷ୍ଠୀ ଦୀର୍ଘ ୧୦ ବର୍ଷ ଧରି ନିଷ୍ଠାର ସହିତ ନିଜ କାର୍ଯ୍ୟ ତୁଲାଇ ଆସୁଛନ୍ତି l ପୂର୍ବରୁ ବିଜେଡି ସରକାର ସ୍ଵୟଂ ସହାୟକ ଗୋଷ୍ଠୀର ଇସି ସଦସ୍ୟାମାନଙ୍କୁ ସ୍କୁଟି କ୍ରୟ ପାଇଁ ଋଣର ସୁବିଧା ପ୍ରଦାନ କରିଥିଲେ।