ଜୁଜୁମୁରା: କୁମକା ଗ୍ରାମରେ ହାତୀ ଉପଦ୍ରବ , ବ୍ୟାପକ ଧାନ ଫସଲ ନଷ୍ଟ
କୁମକା ଗ୍ରାମରେ ହାତୀ ଉପଦ୍ରବ , ବ୍ୟାପକ ଧାନ ଫସଲ ନଷ୍ଟ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ନୂଆ ବରଙ୍ଗା ମାଲ ପଞ୍ଚାୟତ ଅନ୍ତର୍ଗତ କୁମକା ଗ୍ରାମରେ ମଙ୍ଗଳବାର ସକାଳେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଏକ ଗୋଠ ଛଡା ଦନ୍ତାହାତୀ ଗ୍ରାମର ଧାନ ଫସଲ ନଷ୍ଟ ଖାଇବା ସହ ମାଡିଦଳି ନଷ୍ଟ କରିଦେଇଛି । ଗ୍ରାମର ଅଶୋକ ମିର୍ଦ୍ଧା, ପ୍ରଦୀପ ମିର୍ଦ୍ଧା ଓ ଅନଜିତ ମିର୍ଦ୍ଧା ଙ୍କ ଧାନ ଫସଲ ନଷ୍ଟ ନଷ୍ଟ ହୋଇଛି। ଏନେଇ ଚାଷିମାନେ କ୍ଷୟକ୍ଷତି ର ଆକଳନ କରି କ୍ଷତିପୂରଣ ଦେବାକୁ ବନ ବିଭାଗ ଠାରେ ଦାବି କରିଛନ୍ତି ।