ପୋଲସରା: ବୁଗୁଡ଼ା ଶତୃସୋଲରେ ଭଙ୍ଗାଗଲା ବେଆଇନ ପୋଡା ଇଟା ଭାଟି
ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ମାଟି ଇଟା ଭାଟି l ଇଟା ମାଫିଆ ମାନେ ସରକାର ଙ୍କ ବିନା ଅନୁମତି ରେ ଏବେଠାରୁ ବେଆଇନ ଇଟା ପୋଡା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବେଆଇନ କାର୍ଯ୍ୟ ବନ୍ଦ ଲାଗି ପ୍ରଶାସନ ପକ୍ଷରୁ ଆରମ୍ଭ ହେଲାଣି ପ୍ରକ୍ରିୟା l ଅଧିକାରୀ ଙ୍କ ଉପସ୍ଥିତି ରେ ଭଙ୍ଗା ଗଲାଣି ଇଟାଭାଟି l ଏହି ଭଳି ଘଟଣା ଦେଖିବା କୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ତହସିଲ ପକ୍ଷରୁ l ଭାମଶିଆଳି ପଞ୍ଚାୟତ ଶତ୍ରୁସୋଲ ଗ୍ରାମରେ ବେଆଇନ ଭାବେ ପୋଡାଯାଇଥିବା ଏକ ଇଟା ଭାଟିକୁ ଜେସିବି ଲଗାଇ ଭଙ୍ଗାଯାଇଛି।