ଗୋବିନ୍ଦପୁର: ବାମରା ବ୍ଲକ ସଭଗୃହରେ ସମ୍ବଲପୁର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ବାମରା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଠାରେ ସମ୍ବଲପୁର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳୀରମ ବୋନ୍ଦର ଯୋଗଦେଇ ୫୪ ଗୋଟି ବ୍ୟକ୍ତିଗତ ଓ ୩୧ ଗୋଟି ଗୋଷ୍ଠିଗତ ଅଭିଯୋଗ କୁ ମିଶାଇ ମୋଟ ୮୫ ଗୋଟି ଅଭିଯୋଗ ଶୁଣିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ, କୁଚିଣ୍ଡା ଉପ ଜିଲ୍ଲାପାଳ ସି ସର୍ବାନନ,SDPO ପ୍ରଦୀପ କୁମାର ଦାଶ, ଜିଲ୍ଲା ପରିଷଦ ପିଏ ଆଇଟିଡିଏ ହେମ ସାଗର ଭୋଇ, ବ୍ଲକ ଅଧ୍ୟକ୍ଷା ପିଙ୍କି ଧୁରୁଆ,ଏସିଏଫ୍ ରେଶମା ଲାକ୍ରା ଓ ଜିଲ୍ଲା ପରିଷଦ ଅଧିକାରୀ ପଶ୍ନ ପାତ୍ର ଯୋଗ ଦେଇଥିଲେ।