ମଙ୍ଗଳବାର ଦିନ ବୌଦ୍ଧ ସହର ବାଘଗୁଡ଼ା ଛକ ନିକଟରେ ବାଇକ ଓ ସ୍କୁଟି ଧକ୍କାରେ ଗୁରୁତର ମହିଳାଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ 11 ଘଣ୍ଟା ସମୟରେ ବୌଦ୍ଧ ସହର ବାଘ ଗୁଡ଼ା ଛକ ଗୋଟିଏ ବାଇକ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଥିଲା | ଫଳରେ ସ୍କୁଟି ଆରୋହୀ ଗଦାଧରପୁର ଗ୍ରାମର ତପସ୍ୱିନୀ ସାହୁ ଗୁରୁତର ଆହତ ହୋଇଥିଲେ | ତାଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ପ୍ରାଥମିକ ଚିକିତ୍ସl ପରେ ଅଧିକ ଚିକିତ୍ସl ପାଇଁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି |