ଖଲ୍ଲିକୋଟ୍: ନାଇକାଣିପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣିପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଆଜି ଦିନ ୧୧ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୋଟ ୬୨ ଟି ଅଭିଯୋଗ ଶୁଣିଛନ୍ତି ଏଡିଏମ, ବିଡ଼ିଓ ଓ ତହସିଲଦାର। ଏହି ଅଭିଯୋଗ ଶୁଣାଣୀ ଶିବିର ରେ ଏଡିଏମ୍ ପ୍ରମୋଦ କୁମାର ପୃଷ୍ଟି, ବିଡ଼ିଓ ଦେବାଶିଷ ସାମଲ, ତହସିଲଦାର ଡି. ମାଲେଶ୍ୱର ପାତ୍ରଙ୍କ ସହିତ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ପଞ୍ଚାୟତର କର୍ମଚାରୀ ମାନେ ସହଯୋଗ କରିଥିଲେ ।