ବୌଦ୍ଧ ସଦର: ବୌଦ୍ଧ ସହରରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ, ପୂଜା ମଣ୍ଡପରେ ଦେବ ଶିଳ୍ପୀଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
ବୁଧବାର ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ମହା ଧୁମ୍ ଧାମରେ ଆୟୋଜିତ ହୋଇଥିବା ବେଳେ ପୂଜା ମଣ୍ଡପ ମାନଙ୍କରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି l ବୌଦ୍ଧ ସହରର ବିଦ୍ୟୁତ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଜନ ସ୍ବାସ୍ଥ୍ୟ ଆଦି ସରକାରୀ ଯାନ୍ତ୍ରୀକ ବିଭାଗ ପକ୍ଷରୁ ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ ହେଉଛି | ସେହିପରି ବିଭିନ୍ନ ଘରୋଇ ଓ ପରିବହନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ମଧ୍ୟ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଛି |