ଜଗତସିଂହପୁର: ବାଲିକୁଦା ବ୍ଲକ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ
ବାଲିକୁଦା ବ୍ଲକ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ । ଆଜି ଦିନ ୪ ଟା ସମୟରେ ଏହି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଡ଼ିଓ ସାଗର ନନ୍ଦ , ଜିଲ୍ଲା ପରିଷଦ ନିର୍ବାହି ଅଧିକାରୀ ରବିନାରାୟଣ ଜେଠି ପ୍ରମୁଖ ଯୋଗଦେଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ -୨୦୨୫ ସମ୍ପର୍କରେ ଆଲୋଚନା କରିବା ସହ ବାଲିକୁଦା ବ୍ଳକରେ ଏହି ଯୋଜନାର କାର୍ଯ୍ୟକାରିତା ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ