ରାଜଗାଙ୍ଗପୁର: ସହରରେ ସାଇବର ସଚେତନତା କାର୍ଯ୍ୟକ୍ରମ ଯୋଗ ଦେଲେ ଏସପି
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଆଜି ରାଜଗାଙ୍ଗପୁର ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଏସପି ଅମ୍ରିତା ପାଲ କୈର ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଇଆଇସି ବିଜୟ କୁମାର ଦାଶ ପରିଚାଳନା କରିଥିଲେ।