ଗୋବିନ୍ଦପୁର: କୁଅଁରମାଲ ପୁରୁଣା ରେଳ ଫାଟକରେ ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତି ମୃତ
ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହି ଥାନା ଅନ୍ତର୍ଗତ କୁଲୁଟା ଗ୍ରାମର ମହରଗ କୁଅଁର ଶୁକ୍ରବାର ଦିନ ଏକ ସାଇକେଲ ଯୋଗେ ମଧୁପୁର କୁ ଏକ ଶୁଦ୍ଧି କ୍ରିୟା କାର୍ଯ୍ୟକ୍ରମ ରେ ଯାଉଥିବା ବେଳେ କୁଅଁରମାଲ ପୁରୁଣା ରେଳ ଫାଟକ ପାରି ହେବା ସମୟରେ ମୋର୍ୟା ଏକ୍ସପ୍ରେସ ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେଇ ଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ସୁଚନା ପାଇ ରାଜଗାଙ୍ଗପୁର ଜିଆରପି ଅଧିକାରୀ ସୁଶାନ୍ତ କୁମାର ବେହେରା ଘଟଣାସ୍ଥଳ କୁ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।