ଆନନ୍ଦପୁର: ମରେଇଗାଁ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଅନୁଷ୍ଠିତ
ଆନନ୍ଦପୁର ଉପଖଣ୍ଡ ମରୈଗାଁ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ହାଟଡ଼ିହି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଚିତ୍ତରଞ୍ଜନ ଦାସଙ୍କ ସଂଯୋରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମେଳାରେ ହାଟଡ଼ିହି ବିଡ଼ିଓ ରଞ୍ଜନ କୁମାର ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନୀତ ଅତିଥିଭାବେ କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବ୍ଲକ ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାର ପ୍ରମୁଖ ଯୋଗ ଦେଇଥିଲେ।