ବାରିପଦା ମ୍ୟୁନିସିପାଲଟି: ବିଜେପି ଦଳର ବହୁ ପୁରାତନ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ଦେହାନ୍ତ; ବାରୁଣୀ ଠାରେ ବିଧାୟକ କଲେ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ବିଜେପି ଦଳର ବହୁ ପୁରାତନ ବରିଷ୍ଠ କାର୍ଯ୍ୟକର୍ତ୍ତା ଆଶିଷ କୁମାର ସାମଲଙ୍କ ଦେହାନ୍ତ ହୋଇଛି। ତେବେ ଏନେଇ ମଙ୍ଗଳବାର ଦିନ ପ୍ରାୟ ୧ଟାରେ ବାରିପଦା ବାରୁଣୀ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାରିପଦା ବିଧାୟକ ପ୍ରକାଶ ସୋରେନ। ଏଥି ସହିତ ବିଧାୟକ ମହଦୟ ଦୁଃଖ ପ୍ରକାଶ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି।