ପୋଲସରା: ମଧୁସୂଦନପୁର ଅଙ୍ଗନବାଡ଼ି କର୍ମୀଙ୍କ ଘରୁ ୫ ଫୁଟିଆ ବିଷଧର ନାଗସାପ ଉଧାର
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବେଲଗାଁ ପଞ୍ଚାୟତର ମଧୁସୂଦନପୁର ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିନତି ମିଶ୍ରଙ୍କ ଘରୁ ଏକ ୫ ଫୁଟିଆ ବିଷଧର ନାଗସାପ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଏକ ବିଷଧର ନାଗସାପ ମଧୁସୂଦନପୁର ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିନତି ମିଶ୍ରଙ୍କ ଘର ଭିତରରେ ପଶିଯାଇଥିଲା । ଘର ଭିତରେ ନାଗସାପକୁ ଦେଇ ମିନତିଙ୍କ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଥିଲେ। ପୋଲସରା ବନବିଭାଗକୁ ଖବର ଦେଇଥିଲେ l