ପୁରୀ ମ୍ୟୁନିସିପାଲଟି: ରାସ୍ତା ମଝିରେ କାର୍ ରଖି ଚାଲିଛି ଫଟୋ ଭିଡ଼ିଓ ସୁଟ୍ । ପୁରୀ- କୋଣାର୍କ ମେରାଇନ୍ ଡ୍ରାଇଭ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।
Puri M, Puri | Sep 17, 2025 ରାସ୍ତା ମଝିରେ କାର୍ ରଖି ଏଭଳି ଭିଡିଓ କରିବା ଆଇନ୍ ବିରୋଧୀ। ମଝି ରାସ୍ତାରେ କାର୍ ରଖି ଭିଡିଓ କରିବା ସମୟରେ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଏଥିପାଇଁ କିଏ ଦାୟୀ ରହିବ ତାକୁ ନେଇ ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁରୀ-କୋଣାର୍କ ମୁଖ୍ୟ ରାସ୍ତାରେ ପ୍ରତିଦିନ ହଜାର ହଜାର ଯାନବାହାନ ଯାତାୟତ କରୁଥିବା ବେଳେ ଏହାଦ୍ବାରା ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଣୁ ଏଭଳି ଆଇନ୍ ବିରୋଧୀ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଇଛି।