ପରଜଙ୍ଗ: ସିଆରିମାଳିଆ ଛକ ନିକଟରେ ବାଇକ ଦୁର୍ଘଟଣା ଚାଳକ ଆହତ
ସିଆରିମାଳିଆ ଛକ ନିକଟରେ ବାଇକ ଦୁର୍ଘଟଣା ଚାଳକ ଆହାତ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ସିଆରିମାଳିଆ ଛକ ନିକଟରେ ମଙ୍ଗଳବାର ରାତି ୮ଟାରେ ବାଇକ ଦୁର୍ଘଟଣା। ସୁଚନା ଅନୁଯାୟୀ ବାଇକ୍ ଆରୋହୀ ଜଣକ କାମାକ୍ଷାନଗର ରୁ ପରଜଙ୍ଗ ଯାଉଥିବା ବେଳେ ସିଆରିମାଳିଆ ନିକଟରେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ।ସ୍ଥାନୀୟ ଲୋକମାନେ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ତେବେ ବାଇକ ଆରୋହୀ ଜଣକ ପରଜଙ୍ଗ ଅଞ୍ଚଳର ବୋଲି ଜଣାପଡିଛି।