ସମ୍ବଲପୁର ମ୍ୟୁନିସିପାଲଟି: ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ନିଲମ୍ବିତ ନିର୍ବାହୀ ଅଧିକାରୀଙ୍କ ପୁଣି ଘୁଞ୍ଚିଲା ଶୁଣାଣି
ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ନିଲମ୍ବିତ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂହଙ୍କୁ ଗତ ୨ ତାରିଖରେ ଇଓଡବ୍ଲ୍ୟୁ ଗିରଫ କରିଥିବା ବେଳେ ୩ ତାରିଖରେ ସମ୍ବଲପୁର ଓପିଆଇଡି କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ୩ ତାରିଖରୁ ସୁଶ୍ରୀ ସିଂହ ସମ୍ବଲପୁର ମହିଳା ଜେଲ୍ରେ ରହିଛନ୍ତି। ଗତ ୬ ତାରିଖରେ ତାଙ୍କର ଜାମିନ୍ ଆବେଦନର ଶୁଣାଣି ଥିବା ବେଳେ ଇଓଡବ୍ଲ୍ୟୁର କେସ୍ ଡାଏରି ଆସିନଥିବାରୁ ଶୁଣାଣି ଘୁଞ୍ଚିଥିଲା। ଏହି ଶୁଣାଣି ଆଜି ପୁଣିଥରେ ତାଙ୍କ ଜାମିନ୍ ଆବେଦନର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା l ହେଲେ ଆଜି ଏହି ମାମଲା ର ସିଡ଼ି ଆସିନଥିବା ଯୋଗୁଁ