ପୋଲସରା: ଚାଞ୍ଚରା ଗ୍ରାମରେ ରାସ୍ତା ସମସ୍ୟା ଥିବା ଜାଣି ଗାଁକୁ ଟ୍ରାକ୍ଟର ରେ ଗଲେ ଆସିକା ସାଂସଦ
ଗାଁକୁ ନାହିଁ ପକା ରାସ୍ତା l ଖାଲ ଖମା ରାସ୍ତା ରେ ଟ୍ରାକ୍ଟର ରେ ବସି ଗାଁରେ ପହଁଚିଲେ ଗ୍ରାମରେ ଗଞ୍ଜାମ ଜିଲ୍ଲା ଆସିକା ସାଂସଦ ଅନିତା ସୁଭଦର୍ଶନୀ l ସାଂସଦ ପୋଲସରା ବ୍ଲକ ଗୋଛାବାଡି ପଞ୍ଚାୟତ କୁ ଗ୍ରସ୍ତ କରିଥିଲେ l ଏଠାରେ ଲୋକେ ନିଜ ସମସ୍ୟା ଜଣାଇଥିବ ବେଳେ ଚାଞ୍ଚରା ଗ୍ରାମ ର ଲୋକେ ମଧ୍ୟ ନିଜ ଗ୍ରାମର ରସ୍ତା ସମସ୍ୟା ଓ ଅନ୍ୟ ସମସ୍ୟା ନେଇ ସାଂସଦ ଙ୍କ ପଖରେ ଉପସ୍ଥାପନା କରିଥିଲେ l ଲୋକ ଙ୍କ ସମସ୍ୟା ଶୁଣି ସାଂସଦ ଗୋଟିଏ ଟ୍ରାକ୍ଟର ରେ ବସି ଖାଲ ଖମା ରାସ୍ତାରେ ରେ ଗ୍ରାମରେ ପହଞ୍ଚି ଥିଲେ l ଏବେ ଲୋକଙ୍କ ସମସ୍ୟା ଶୁଣିବା ସହ ସମାଧାନ ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି l