ଫୁଲବାଣୀ ସହର: ସ୍ଥାନୀୟ ଆଈ ସି ଡ଼ି ଏସ ସଭା ଗୃହରେ ଟେଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ, ବ୍ଲକ୍ ଅଧ୍ୟକ୍ଷା ସୁଷମା ପ୍ରଧାନ କଲେ ଉଦଘାଟନ
ସ୍ଥାନୀୟ ଆଈ ସି ଡ଼ି ଏସ ସଭା ଗୃହରେ ଟେଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହାକୁ ବ୍ଲକ୍ ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ।ଅନ୍ୟତମ ଅତିଥି ଭାବେ ବିଡ଼ିଓ ଶରତ କୁମାର ମଲ୍ଲିକ ଯୋଗ ଦେଇଥିବା ବେଳେ ସୁନୀତା ସ୍ବାଇଁ,ପୋଷଣ ବିଶି,ସୂର୍ଯ୍ୟ ନାରାୟଣ ମହାରଣା ,ପି ଏ ମହିଳା ସଂଗଠନ ଙ୍କ ସମତେ ବ୍ଲକ୍ ର ସମସ୍ତ ଅଙ୍ଗନବାଡ଼ି କର୍ମୀ,ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।