ଧରାକୋଟ: କଙ୍କୋରଡା ସେବା ସମବାୟ ସମିତି କାର୍ଯ୍ୟାଳୟ ଉଦଘାଟନ କଲେ ସାନଖେମୁଣ୍ଡି ବିଧାୟକ
ଆସନ୍ତା ମାସ ଠାରୁ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବେ ସରକାର l ଗ୍ରାମାଞ୍ଚଳରେ ସେବା ସମବାୟ ସମିତି ଏବଂ ଏସହେଚଜି ଗୋଷ୍ଠୀ ଦ୍ୱାରା ଧାନ ସଂଗ୍ରହ କରାଯିବାକୁ ଥିବା ବେଳେ ସମସ୍ତ ପ୍ରକ୍ରିୟା ଜୋରଦାର ହୋଇଛି l ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡା ସେବା ସମବାୟ ସମିତି ପକ୍ଷରୁ ପ୍ରସ୍ତୁତି ଚୁଡାନ୍ତ କରାଯିବା ସହ ନିର୍ମାଣ ସାରିଥିବା କାର୍ଯ୍ୟାଳୟ କୁ ଉଦଘାଟନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି l ଏହି କାର୍ଯ୍ୟାଳୟ କୁ ଉଦଘାଟନ କରିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଜେନା l