ଆନନ୍ଦପୁର: ନନ୍ଦିପଦା ଗ୍ରାମରେ ୱାଟର ହିଟର ସଂସ୍ପର୍ଶରେ ଆସି ମହଳା ମୃତ
ନନ୍ଦିପଦା ଗାଁରେ ୱାଟର ହିଟର ସଂସ୍ପର୍ଶରେ ଆସି ମହଳା ମୃତ୍ୟୁ ବରଣ କରିଛନ୍ତି। ମୃତ ମହିଳାଙ୍କ ନାମ ମନ୍ଦାକିନୀ ରାଉଳ । ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମନ୍ଦାକିନୀ ଭୋର ସମୟରୁ ଉଠି ଗରମପାଣିରେ ଗାଧୋଇବା ପାଇଁ ପାଣି ଗରମ କରୁଥିବା ବେଳେ ଓ୍ବାଟର ହିଟର ସଂସ୍ପର୍ଶରେ ଆସିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କୁ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିବା ବେଳେ ଡକ୍ଟର ମୃତ ଘୋଷଣା କରିଥିଲେ। ଆଜି ଅପରାହ୍ନ ଦୁଇଟାରେ ମୃତଦେହ ବ୍ୟବଚ୍ଛେଦ ହୋଇ ଗାଁ କୁ ଆସିବା ପରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।