ଖଲ୍ଲିକୋଟ୍: ସାବୁଳିଆ ଗ୍ରାମରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣା; ବୈଠକ ପାଇଁ ଗାଁ ରେ ବାଜିଲା ଘଣ୍ଟ, ବିଳମ୍ବିତ ରାତିରେ ହେଲା ମୃତ ଯୁବତୀଙ୍କ ଶବସତ୍କାର
ସାବୁଳିଆ ଗ୍ରାମରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣା । ଗାଁ ବୈଠକ ରେ ଯୋଗ ଦେବା ପାଇଁ ଗାଁ ରେ ବାଜିଲା ଘଣ୍ଟ । ଗତକାଲି ରାତିରେ ଗାଁ ବୈଠକ ରେ ମୃତ ଯୁବତୀଙ୍କ ପରିବାର କୁ କିପରି ନ୍ୟାୟ ମିଳିବ ସେ ନେଇ ଆଲୋଚନା କରାଯାଇଥିଲା । ଅନ୍ୟପଟେ ପ୍ରେମିକ ଘର ବାରଣ୍ଡାରେ ଦୀର୍ଘ ୯ ଘଣ୍ଟା ଧରି ଯୁବତୀଙ୍କ ମରଶରୀର ପଡି ରହିଥିବା ବେଳେ ମୃତ ଯୁବତୀଙ୍କ ବାପା ଓ ମାଆ ଗାଁ ରେ ପହଞ୍ଚିବା ପରେ ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ଗାଁ ଶ୍ମଶାନ ରେ ମୃତ ଯୁବତୀଙ୍କ ଶବସତ୍କାର କରାଯାଇ ଥିବା ସୂଚନା ମିଳିଛି ।