ସୋର: ରାଧାନାଥ ଉପ୍ରା ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କଲେ ସୋର ବିଧାୟକ
Soro, Balasore | Sep 16, 2025 ସୋର ପୌରପାଳିକା ଅନ୍ତର୍ଗତ ରାଧାନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଥମ ମହଲ୍ଲାରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣର ଶିଳାନ୍ୟାସ କଲେ ସୋର ବିଧାୟକ।୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ବିଧାୟକଙ୍କ ହାତ ପାଣ୍ଠିରୁ ନିର୍ମାଣ ହେବାକୁ ଥିବା ଏହି ଶ୍ରେଣୀ ଗୃହକୁ ସୋର ବିଧାୟକ ମାଧବ ଧଡ଼ା ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ଏହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ,ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ପରିଚାଳନା କରିଥିଲେ।